Sl No. | Message sent to farmer | Date Sent |
1
| ଧାନରେ କେଣ୍ଡା ମହିଷା ରୋଗର ନିରାକରଣ ପାଇଁ ଏକର ପ୍ରତି ଟ୍ରାଇସାଇକ୍ଲାଜୋଲ୍ 75% ଡବ୍ଲୁ.ପି. 120 ଗ୍ରାମ କିମ୍ବା କାସୁଗାମାଇସିନ୍ 3% ଏସ୍.ଏଲ୍. 400 ମି.ଲି. କିମ୍ବା ହେକ୍ସାକୋନାଜୋଲ୍ 5% ଇ.ସି. 400 ମି.ଲି. 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ | | 05 Nov 2019 |
2
| ଗେଣ୍ଡୁ ଫୁଲ ଚାଷ ପାଇଁ ଉନ୍ନତ କିସମ ଯଥା ପୁସା ନାରଙ୍ଗୀ, ପୁସା ବାସନ୍ତୀ, ଇନକା, ଶେରାକୋଲା, ଆଫ୍ରିକାନ୍ ଜାଏଣ୍ଟ ଡବଲ୍ ୟେଲୋ ଆଦି କିସମର ବିହନ ଏକର ପିଛା 400 ରୁ 500 ଗ୍ରାମ ବ୍ୟବହାର କରି, ଉତ୍ପାଦିତ ଚାରା କୁ 40 cm x 30 cm ବ୍ୟବଧାନ ରେ ଲଗାନ୍ତୁ | | 31 Oct 2019 |
3
| ଖରିଫ ଧାନରେ ଜୀବାଣୁ ଜନିତ ପତ୍ର ମୋଡା (Bacterial Leaf Streak) ରୋଗ ନିୟନ୍ତ୍ରଣ ପାଇଁ ଏକର ପ୍ରତି 200 ଲିଟର ପାଣିରେ (Streptomycin Sulphate 90% + Tetracycline Hydrochloride 10%)- 20 ଗ୍ରାମ ସହ Copper Oxychloride 88% - 500 ଗ୍ରାମ ମିଶାଇ ସିଞ୍ଚନ କରନ୍ତୁ | | 30 Sep 2019 |
4
| ଖରିଫ ଧାନରେ ଚକଡା ପୋକ ବୁଦା ପ୍ରତି 2ଟି ଦେଖାଯାଉଥିଲେ, ଏହାର ବଂଶ ବିସ୍ତାର ରୋକିବା ପାଇଁ ଏକର ପ୍ରତି 200 ଲିଟର ପାଣିରେ Flonicamid 50 WG - 60 ଗ୍ରାମ କିମ୍ବା Clothianidin 50 WG - 30 ଗ୍ରାମ ମିଶାଇ ସିଞ୍ଚନ କରନ୍ତୁ | | 20 Sep 2019 |
5
| ପବିତ୍ର ଗଣେଶ ପୂଜା ଓ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଲାଗି ବରଗଡ୍ ଜିଲ୍ଲାର ସମସ୍ତ ଚାଷୀ ଭାଇ ଆରୁ ଚାଷୀ ବହେନ ମାନ୍ କେ କୃଷି ବିଜ୍ଞାନ କେନ୍ଦ୍ର, ଗମ୍ଭାରୀପାଲି, ବରଗଡ୍ ଆଡୁ ଅନେକ୍ ଅନେକ୍ ଅଭିନନ୍ଦନ୍ | | 02 Sep 2019 |
6
| ପାଳ ଛତୁ ଚାଷ ପାଇଁ ଆବଶ୍ୟକୀୟ ନଡାକୁ ପ୍ରତି 100 ଲିଟର ପାଣିରେ 100 ଗ୍ରାମ ବାଭିଷ୍ଟିନ ଓ 10 ମିଲି ଫରମାଲିନ୍ ମିଶାଇ କିମ୍ବା 2 କେଜି ଚୂନ ମିଶାଇ ବିଶୋଧନ କରନ୍ତୁ | | 31 Aug 2019 |
7
| ରୂଆଧାନରେ ବଙ୍ଗୀପୋକ (Gall midge) ନିୟନ୍ତ୍ରଣ ପାଇଁ ଏକର ପ୍ରତି 10 କିଗ୍ରା ବାଲି ସହ ଦାନାଦାର କୀଟନାଶକ Fipronil 0.3% - 8 କିଗ୍ରା କିମ୍ବା Carbofuran 3% - 10 କିଗ୍ରା ମିଶାଇ ପ୍ରୟୋଗ କରନ୍ତୁ | | 20 Aug 2019 |
8
| ସ୍ୱଳ୍ପ ବୃଷ୍ଟିପାତ ଯୋଗୁ କେତେକ ନିର୍ଦ୍ଧିଷ୍ଟ ବ୍ଲକରେ ଧାନ ଫସଲ ପ୍ରଭାବିତ ହୋଇଛି | ଯେଉଁଠି ବୁଣାବୁଣି ସରିଯାଇଛି, ସେଇଠି ଧାନ ଫସଲକୁ ନଷ୍ଟ ନକରି ଅପେକ୍ଷା କରିବାକୁ ଅନୁରୋଧ | ଯେଉଁ ଜମିରେ ରୁଆ ସରିଯାଇଛି,ସେଇଠି ଧାନ ଫସଲକୁ ବଞ୍ଚାଇବା ପାଇଁ ଜଳସେଚନ କରନ୍ତୁ | | 25 Jul 2019 |
9
| ଧାନରେ ଚେରଗଣ୍ଠି ରୋଗ ଓ କାଣ୍ଡବିନ୍ଧା ପୋକ ନିୟନ୍ତ୍ରଣ ପାଇଁ ଧାନ ତଳି ଘେରାରେ, ରୋଇବାର 7-10 ଦିନ ପୂର୍ବରୁ ବର୍ଗ ମିଟର ପ୍ରତି Carbofuran 3G ଦାନଦାର 3 ଗ୍ରାମ କିମ୍ବା Phorate 10G ଦାନାଦାର 1 ଗ୍ରାମ ପ୍ରୟୋଗ କରନ୍ତୁ | | 17 Jul 2019 |
10
| ଖରିଫ୍ ମୁଗ ଫସଲକୁ ଫିମ୍ପି ଜାତୀୟ ରୋଗ ଯଥା-ମୂଳ ସଢା, ମଞ୍ଜି ସଢା, ଚାରା ଶୁଖା ଓ ଚାରା ଝାଉଁଳା ଦାଉରୁ ରକ୍ଷା ପାଇବା ପାଇଁ 10 କିଗ୍ରା ବିହନ ସହ 25 ଗ୍ରାମ (CARBOXIN 37.5% + THIRAM 37.5%) ସେଚିତ ଗୁଣ୍ଡ ସହ ବିଶୋଧନ କରନ୍ତୁ | | 20 Jun 2019 |
11
| ଡାଲୁଅ ଧାନ କାଟି, ବତର ଜମିରେ ଖରାଟିଆ ଚାଷ କରି ସବୁଜ ସାର ନିମନ୍ତେ ଏକର ପ୍ରତି 10 କିଲୋଗ୍ରାମ ଧନିଚା ବିହନ ମେ ମାସ ଶେଷ ସପ୍ତାହ ରେ ବୁଣନ୍ତୁ | | 21 May 2019 |
12
| ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ବରଗଡ୍ ଜିଲ୍ଲାର ସମସ୍ତ ଚାଷୀ ଭାଇ ଆରୁ ଚାଷୀ ବହେନ ମାନ୍ କର ଅଧିକା ଅମଲ୍ ଲାଗି ଶୁଭ କାମନା | | 07 May 2019 |
13
| ଆସନ୍ତା ମଇ ମାସ 3 ତାରିଖ ରୁ ଫନି ଜନିତ ବାତ୍ୟା ଓ ବର୍ଷାର ସମ୍ଭାବନା ଥିବାରୁ ଡାଳୁଅ ଧାନ ଶତକଡା 80 ଭାଗ ପାଚି ଯାଇଥିଲେ ତୁରନ୍ତ କାଟି ନେଇ ସୁରକ୍ଷିତ ସ୍ଥାନରେ ରଖି ଦିଅନ୍ତୁ | | 02 May 2019 |
14
| ଧାନର ଚକଡା ପୋକ ଦମନ ପାଇଁ ରାସାୟନିକ ଔଷଧ-Diclorvos 76EC @ 200ml କିମ୍ବା Buprofezin 25SC @ 300ml କିମ୍ବା Pymetrozine 50WG @ 120gm କିମ୍ବା Flonicamid 50WG @ 60gm କୁ ୨୦୦ଲିଟର ପାଣିରେ ଗୋଳାଇ 1ଏକର ଜମିରେ 6ଫୁଟ ବ୍ୟବଧାନରେ ଗଳି କରି ସିଞ୍ଚନ କରନ୍ତୁ | | 26 Apr 2019 |
15
| ଧାନର ମହିଷା ରୋଗ ନିୟନ୍ତ୍ରଣ ପାଇଁ ପ୍ରତି 10 ଲିଟର ପାଣିରେ Tricyclazole 75% ସେଚିତ ଗୁଣ୍ଡ - 6 ଗ୍ରାମ କିମ୍ବା Carbendazim 50% ସେଚିତ ଗୁଣ୍ଡ - 15 ଗ୍ରାମ କିମ୍ବା Azoxystrobin 23% SC – 15 ମି.ଲି. ଗୋଳାଇ ଏକର ପ୍ରତି 200 ଲିଟର ସିଞ୍ଚନ କରନ୍ତୁ | | 30 Mar 2019 |
16
| କୃଷି ଭିତ୍ତିକ ଗଣପର୍ବ ପୁଷ୍ ପୁନି ଲାଗି ସବୁ ଚାଷୀ ଭାଇ, ବୁହେନ୍ ମାନଙ୍କୁ କୃଷି ବିଜ୍ଞାନ କେନ୍ଦ୍ର, ବରଗଡ ତରଫରୁ ଅନେକ ଅନେକ ଶୁଭେଚ୍ଛା | ଆସୁନ୍ ସଭେ ମିଶି କରି ଗୁଟେ କ୍ଷୁଧାମୁକ୍ତ ସମାଜ ଗଠନ କରମା | | 21 Jan 2019 |
17
| ରବି ମୁଗ ବିହନ ବୁଣିବାର 7 ଦିନ ପୂର୍ବରୁ ପ୍ରତି 1 କିଗ୍ରା ମଞ୍ଜି ସହ 2 ଗ୍ରାମ Carbendazim କିମ୍ବା 2.5 ଗ୍ରାମ Vitavax Power ଔଷଧ ଗୁଣ୍ଡ ଓ ବୁଣିବା ପୂର୍ବ ଦିନ 20 ଗ୍ରାମ Rhizobium Culture ଦ୍ବାରା ଉପଚାର କରନ୍ତୁ | | 16 Jan 2019 |
18
| ବିଶ୍ବ ମୃତ୍ତିକା ଦିବସ ଅବସରରେ ବରଗଡ ଜିଲ୍ଲାର ସମସ୍ତ ଚାଷୀ ଭାଇ ମାନଙ୍କୁ ଅଭିନନ୍ଦନ | ନିଜ ମାଟିର ସୁରକ୍ଷା ଓ ସମୃଦ୍ଧି ପ୍ରତି ଯତ୍ନବାନ ହେବା ଆମର ଦାୟିତ୍ବ | | 04 Dec 2018 |
19
| ଖରିଫ ଧାନ ଅମଳ ପରେ, ବତର ମାଟିରେ ସ୍ବଳ୍ପ ଅବଧି ବିଶିଷ୍ଟ ସୋରିଷ M-27 କିମ୍ବା ମୁଗ IPM 02-14 କିସମ ବୁଣନ୍ତୁ | | 28 Nov 2018 |
20
| ଆଲୋକର ପର୍ବ ଦିପାବଳୀ ଲାଗି ବରଗଡ୍ ଜିଲ୍ଲାର ସମସ୍ତ ଚାଷୀ ଭାଇ ଆରୁ ଚାଷୀ ବହେନ ମାନ୍ କେ କୃଷି ବିଜ୍ଞାନ କେନ୍ଦ୍ର, ଗମ୍ଭାରୀପାଲି, ବରଗଡ୍ ଆଡୁ ଅନେକ୍ ଅନେକ୍ ଶୁଭେଚ୍ଛା ଓ ଅଭିନନ୍ଦନ୍ | | 06 Nov 2018 |
21
| ମାଛ ର କ୍ଷତ ରୋଗର ନିରାକରଣ ପାଇଁ CIFAX ଔଷଧ ଏକର ପ୍ରତି 400 ମି.ଲି.କୁ ପୋଖରୀରେ 1 ମିଟର ଗଭୀର ପାଣି ଭିତରେ ପ୍ରୟୋଗ କରନ୍ତୁ | | 01 Nov 2018 |
22
| ଶାରଦୀୟ ଦୁର୍ଗା ପୂଜା ବିଜୟ ଦଶମୀର ଶୁଭ ଅବସରରେ ଆମ ବରଗଡ଼ ଜିଲ୍ଲାର ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ. ଜଗତ ଜନନୀ ମା ଦୁର୍ଗା ସମସ୍ତଙ୍କୁ ସୁଖ, ସମୃଦ୍ଧି, ଶାନ୍ତି ଓ ସୁସ୍ଥ ଜୀବନ ଆଣିଦିଅନ୍ତୁ. | 19 Oct 2018 |
23
| କ୍ଲୋରପାଇରିଫସ୍, ଫୋରେଟ୍ 10 ଜି, ମିଥାଇଲ୍ ପାରାଥିଅନ୍, ସିନ୍ଥେଟିକ୍ ପାଇରିଥ୍ରଏଡ୍ ଯେନ୍ତାକି ସାଇପାରମେଥ୍ରିିନ୍, ଡେଲଟାମେଥ୍ରିିନ୍ ବାଗିର୍ କୀଟନାଶକ୍ କେ ଧାନ୍ ର ଚକଡା (ମାଟିଆ ଗୁଣ୍ଡି) ପୋକ୍ ଲାଗି ପ୍ରୟୋଗ୍ ନି କରୁନ୍ | | 04 Oct 2018 |
24
| ଧାନର ଚକଡା ପୋକର ନିୟନ୍ତ୍ରଣ ପାଇଁ ଅନୁମୋଦିତ ଔଷଧ - ୧. Diclorvos 76 EC @ 200ml କିମ୍ବା ୨. Buprofezin 25 SC @ 300ml କିମ୍ବା ୩. Pymetrozine 50 WG @ 120gm କିମ୍ବା ୪. Flonicamid 50 WG @ 60gm (ଏକରକୁ ୨୦୦ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ) | | 26 Sep 2018 |
25
| ଚକଡା ପୋକର ନିୟନ୍ତ୍ରଣ ପାଇଁ ଧାନ କ୍ଷେତରୁ ଛିଡା ପାଣି ନିଷ୍କାସନ କରି ୬ ଫୁଟ ବ୍ୟବଧାନରେ ଗଳି କରନ୍ତୁ ଓ ଅତ୍ୟଧିକ ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ ନାହିଁ | ଅନୁମୋଦିତ ଏକକ କୀଟନାଶକ ଔଷଧ ସଠିକ ମାତ୍ରାରେ ଧାନ ଗଛର ମୂଳରେ ପ୍ରୟୋଗ କରନ୍ତୁ | | 25 Sep 2018 |
26
| କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଲାଗି ବରଗଡ୍ ଜିଲ୍ଲାର ସମସ୍ତ ଚାଷୀ ଭାଇ ଆରୁ ଚାଷୀ ବହେନ ମାନ୍ କେ କୃଷି ବିଜ୍ଞାନ କେନ୍ଦ୍ର, ଗମ୍ଭାରୀପାଲି, ବରଗଡ୍ ଆଡୁ ଅନେକ୍ ଅନେକ୍ ଅଭିନନ୍ଦନ୍ | | 13 Sep 2018 |
27
| ଧାନର କାଣ୍ଡବିନ୍ଧା ପୋକର ନିୟନ୍ତ୍ରଣ ପାଇଁ ହେକ୍ଟର ପିଛା 1000 ମିଲି Fipronil 5% SC ବା 2000 ମିଲି Chlorpyriphos 20% EC ବା 150 ମିଲି Chlorantraniliprole 18.5% SC ବା 50 ମିଲି Flubendiamide 39.35% SC ଔଷଧକୁ 500ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ | | 12 Sep 2018 |
28
| ମଧ୍ୟମ କିସମ ଧାନକୁ (110 ରୁ 145 ଦିନ ଅବଧି) ଧାଡି କୁ ଧାଡି 20 ସେମି ଓ ଗଛ କୁ ଗଛ 10 ସେମି ଏବଂ ବିଳମ୍ବ କିସମ ଧାନକୁ (145 ରୁ 170 ଦିନ ଅବଧି) ଧାଡି କୁ ଧାଡି 20 ସେମି ଓ ଗଛ କୁ ଗଛ 15 ସେମି ବ୍ୟବଧାନରେ 10 ଧାଡି ପରେ 1 ଧାଡି ଅନ୍ତର ଦେଇ ରୁଅନ୍ତୁ | | 21 Aug 2018 |
29
| ମାଛ ଚାଷ ପାଇଁ ପୋଖରୀରୁ ସମସ୍ତ ପ୍ରକାର ଶିକାରୀ ଓ ଅଦରକାରୀ ମାଛ ବାହାର କରି 50 ଗ୍ରା ରୁ ଉର୍ଦ୍ଧ୍ବ ରୋହି, ଭାକୁର ଓ ମିରିକାଳି ମିଶ୍ରିତ ଯାଅଁଳ ଏକର କୁ 2000 ଛାଡନ୍ତୁ | | 08 Aug 2018 |
30
| 20-25 ଦିନିଆ ଖରିଫ ଚିନାବାଦାମ ଫସଲରେ ଘାସ ନିୟନ୍ତ୍ରଣ ପାଇଁ IMAZETHAPYR 10 % SL ଦ୍ରବଣ/ଘାସ ମରା ଔଷଧକୁ 1 ଲିଟର ଜଳରେ 2 ମି.ଲି. ଗୋଳାଇ ସିଞ୍ଚନ କରନ୍ତୁ | | 04 Aug 2018 |
31
| ଛତୁ ଚାଷ ପାଇଁ ଆବଶ୍ୟକୀୟ ନଡାକୁ ପ୍ରତି 100 ଲିଟର ପାଣିରେ 10 ଗ୍ରାମ ବାଭିଷ୍ଟିନ୍ ଓ 125 ମିଲି ଫର୍ମାଲିନ୍ ମିଶାଇ କିମ୍ବା ଗରମ ପାଣି ଦ୍ବାରା ବିଶୋଧନ କରିବା ଉଚିତ୍ | | 31 Jul 2018 |
32
| ଜାତୀୟ ମତ୍ସ୍ୟଜୀବି ଦିବସ୍ ଅବସରରେ ସବୁ ମତ୍ସ୍ୟଜୀବି ଭାଇ ଭଉଣୀ ମାନ୍ କେ କୃଷି ବିଜ୍ଞାନ କେନ୍ଦ୍ର, ଗମ୍ଭାରୀପାଲି, ବରଗଡ୍ ତରଫରୁ ଅନେକ୍ ଅନେକ୍ ଅଭିନନ୍ଦନ୍ | | 10 Jul 2018 |
33
| ଅଧିକ ଅମଳକ୍ଷମ ଧାନ ପରିବର୍ତ୍ତେ ଜୈବିକ ଉପାୟରେ ଅଧିକ ଲାଭ ପାଇଁ ବାସ୍ନାଯୁକ୍ତ ଧାନ କିସମ ଯଥା ଆଚାରାମତି, ନୂଆ ଧୂସରା ଓ ନୂଆ କଳାଜିରା ଅାଦି ମଧ୍ୟମ କିସମ ଜମିରେ ଚାଷ କରନ୍ତୁ | | 23 Jun 2018 |
34
| ହରଡ ମଞ୍ଜି ବୁଣିବା ପୂର୍ବରୁ ପ୍ରତି 1 କିଗ୍ରା ବିହନ କୁ 3 ଗ୍ରାମ ଥିରାମ ଦ୍ବାରା ବିଶୋଧନ କରନ୍ତୁ | ଏହାର ଏକ ସପ୍ତାହ ପରେ 10 କିଗ୍ରା ବିହନକୁ 200 ଗ୍ରାମ ରାଇଜୋବିୟମ୍ କଲଚରରେ ଉପଚାର କରି ବିହନ ବୁଣନ୍ତୁ | | 22 Jun 2018 |
35
| ଭେଣ୍ଡି ଚାଷ ପାଇଁ ଏକର ପ୍ରତି 5-6 କିଗ୍ରା ଉନ୍ନତ କିସମ ବିହନ ଯଥା - ଉତ୍କଳଗୌରବ, ଅର୍କଅନାମିକା, ଉପହାର ଆଦି ଚୟନ କରି, ଲଗାଇବା ସମୟରେ 45 କିଗ୍ରା ଯବକ୍ଷାରଜାନ, 25 କିଗ୍ରା ଫସ୍ ଫରସ୍ ଓ 30 କିଗ୍ରା ପଟାସ୍ ସାର ପ୍ରୟୋଗ କରନ୍ତୁ | | 13 Jun 2018 |
36
| ସ୍ବଳ୍ପ ଖାଲୁଆ ଓ ଖାଲୁଆ ଜମିରେ ବୁଣାଧାନ ପାଇଁ ଶେଷ ଓଡ଼ ଚାଷ ସମୟରେ ଏକର ପ୍ରତି 12 କେଜି ଫସଫରସ୍ ସାର ପ୍ରୟୋଗ କରନ୍ତୁ | ବୁଣିବା ପୂର୍ବରୁ ପ୍ରତି ଏକ କିଗ୍ରା ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍ 25 WP ଦ୍ବାରା ବିଶୋଧନ କରି ବିହନ ବୁଣା ଯନ୍ତ୍ର ସାହାଯ୍ଯରେ 20 ସେମି X 15 ସେମି ବ୍ଯବଧାନରେ ବୁଣନ୍ତୁ | | 04 Jun 2018 |
37
| ଅଦା, ହଳଦୀ ଓ ସାରୁ ଲଗାଇବାର ଉପଯୁକ୍ତ ସମୟ ହେଉଛି ମେ ମାସର ଶେଷ ସପ୍ତାହ | ଏହି ଫସଲ ଗୁଡିକ ଲଗାଇବା ବେଳେ ଏକର ପ୍ରତି 5 ଟନ୍ ସଢା ଗୋବର ଖତ ସିଆରରେ ଦେଇ ଶୁଖାପତ୍ର, ନଡ଼ା କିମ୍ବା ନଡ଼ା ଗୁଣ୍ଡରେ ଆଚ୍ଛାଦନ କରିଦିଅନ୍ତୁ | | 29 May 2018 |
38
| ଧାନ ରୋଇବାର ଠିକ୍ 6 ସପ୍ତାହ ପୂର୍ବରୁ ମୁଖ୍ୟ ଜମିରେ ସବୁଜ ସାର ପାଇଁ ଏକର ପ୍ରତି 10 କେଜି ଧନିଚା ବୁଣନ୍ତୁ | ଏହି ସମୟରେ ଧାନ ପାଇଁ ଦରକାର ପଡୁଥିବା ସମସ୍ତ ଫସ୍ ଫରସ ସାର ଜମିରେ ପ୍ରୟୋଗ କରନ୍ତୁ | | 28 May 2018 |
39
| ବର୍ଷାଶ୍ରିତ ଖାଲ ଜମିରେ ବୁଣା ଧାନ ପାଇଁ ପତ୍ରମୋଡ଼ା ଲଙ୍ଗଳ ବ୍ଯବହାର କରି ପ୍ରଥମ ଖରାଟିଆ ଚାଷ କରିଦିଅନ୍ତୁ ଯଦ୍ବାରା ମାଟିର 15-20 ସେମି ଗଭୀର ପର୍ଯ୍ଯନ୍ତ ଚାଷ ହୋଇପାରିବ | ଦ୍ବିତୀୟ ଚାଷ ପାଇଁ କଲଟିଭେଟର ବ୍ଯବହାର କରି ସମୟ, ଅର୍ଥ ଓ ଶ୍ରମ ବଞ୍ଚାନ୍ତୁ | | 22 May 2018 |
40
| ଧାନରେ ତଣ୍ଟିକଟା ରୋଗର ନିୟନ୍ତ୍ରଣ ପାଇଁ ଏକର ପ୍ରତି 200 ଲିଟର ପାଣିରେ 200 ଗ୍ରାମ Tricyclazole 75 WP କିମ୍ବା 400 ମି.ଲି.Propiconazole 25 EC ମିଶାଇ ଅପରାହ୍ନ 4 ଟା ରୁ ସଂନ୍ଧ୍ଯା 6 ଟା ମଧ୍ଯରେ ସିଞ୍ଚନ କରନ୍ତୁ | | 01 May 2018 |
41
| ଆମ୍ବ ଗଛରେ ଯାଦୁଆ ରୋଗର ନିୟନ୍ତ୍ରଣ ପାଇଁ ଗୋଟିଏ ଲିଟର ପାଣିରେ ଏକ ଗ୍ରାମ କାର୍ବୋଣ୍ଡେଜିମ୍ 50 % ସେଚିତ ଗୁଣ୍ଡ (Carbendazim 50% WP) ମିଶେଇ ସିଞ୍ଚନ କରନ୍ତୁ | | 28 Apr 2018 |
42
| ଚକଡ଼ା ଆକ୍ରାନ୍ତିତ ଧାନ କ୍ଷେତରେ 80 ଶତକଡା କେଣ୍ଡା ପାଚି ଯାଇଥିଲେ ଧାନ ଅମଳ କରି ଦିଅନ୍ତୁ | | 27 Apr 2018 |
43
| କଖାରୁ ଓ କଳରା ରେ ଫଳ ମାଛି ର ଦମନ ପାଇଁ ପ୍ରତି ଲିଟର ପାଣିରେ 2 ମିଲି ଫିପ୍ରୋନିଲ୍ 50 % ଇ.ସି. (Fipronil 50% EC) ମିଶେଇ ସିଞ୍ଚନ କରନ୍ତୁ | | 26 Apr 2018 |
44
| ଧାନର ଚକଡା ପୋକ ଦମନ ପାଇଁ ହେକଟର ପ୍ରତି Pymetrozine 50WG @ 200gm କିମ୍ବା Flonicamid 50WG @ 150gm କିମ୍ବା Dinotefuran 20SG @ 200gm ହିସାବରେ ୫୦୦ ଲିଟର ପାଣିରେ ମିଶାଇ ଧାନ ଜମିରେ ଗଳି ବା ପଟି କରି ଧାନ ଗଛ ମୂଳରେ ସିଛନ କରନ୍ତୁ ଓ ଜମିରୁ ୭ ଦିନ ପାଇଁ ପାଣି କାଟି ଦିଅନ୍ତୁ. | 23 Apr 2018 |
45
| ଚକଡ଼ା ଲାଗିଥିବା କିଆରୀ ରୁ ଠିଆପାଣି ନିଷ୍କାସନ କରନ୍ତୁ |ଚକଡ଼ା ନିୟନ୍ତ୍ରଣ ପାଇଁ ଏକର ପ୍ରତି ଡାଇକ୍ଲୋରୋଭସ୍ 76% ଇସି 200 ମିଲି/ଡାଇନୋଟିଫ୍ଯୁରନ୍ 20% ଏସ୍.ଜି 80 ଗ୍ରାମ/ବୁପ୍ରୋଫେଜିନ୍ 25% ଏସ୍.ସି 300 ମିଲି 200 ଲିଟର ପାଣିରେ ମିଶେଇ ଗଛ ର ମୁଳରେ ସିଞ୍ଚନ କରନ୍ତୁ | | 21 Apr 2018 |
46
| ଧାନର ଚକଡ଼ା ଦମନପାଇଁ ହେକ୍ଟର ପ୍ରତି Pymetrozine 50WG @ 200ଗ୍ରାମ/Flonicamid 50WG @ 150ଗ୍ରାମ/Dinotefuran 20SG @ 200ଗ୍ରାମ ହିସାବରେ 500 ଲିଟର ପାଣିରେ ମିଶାଇ ଜମିରେ ଗଳି ବା ପଟିକରି ଗଛର ମୂଳରେ ସିଞ୍ଚନ କରନ୍ତୁ ଓ ଜମି ରୁ 7 ଦିନ ପାଇଁ ପାଣି କାଟନ୍ତୁ | | 16 Apr 2018 |
47
| ଅଧିକ ଅମଳକ୍ଷମ ଧାନ ରୋଇବାର 60 ଦିନ ପରେ ଅନୁମୋଦିତ ଯବକ୍ଷାରଜାନ ସାର ଏକର ପିଛା 21 କିଗ୍ରା ଓ ପଟାସ୍ ସାର ଏକର ପିଛା 8-10 କିଗ୍ରା କୁ ଥୋଡ଼ ସାର ଭାବେ ପ୍ରୟୋଗ କରନ୍ତୁ | ଜମିରେ ମାଟିଆଗୁଣ୍ଡି ପୋକ ବୋଦା ପ୍ରତି 5ଟି ରୁ ଅଧିକ ଥିଲେ ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ ନାହିଁ | | 11 Apr 2018 |
48
| ଆମ୍ବରେ ପାଉଁଶିଆ ରୋଗର ଦମନ ପାଇଁ ପ୍ରତି ଲିଟର ପାଣିରେ 1 ମିଲି ହେକ୍ସାକୋନାଜଲ୍ 5 ଇସି କିମ୍ବା ପ୍ରତି ଲିଟର ପାଣିରେ 5 ଗ୍ରାମ ହିସାହରେ ସଲଫର 80 ଡବ୍ଲୁପି ର ଦ୍ରବଣ କୁ ଫୁଟ୍ ସ୍ପ୍ରେୟର (ପଦଚାଳିତ ସ୍ପ୍ରେୟର) ମାଧ୍ଯମରେ ସିଞ୍ଚନ କରନ୍ତୁ | | 30 Mar 2018 |
49
| ଧାନରେ ପତ୍ରମୋଡା ପୋକର ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ 2 ମିଲି ଟ୍ରାଇଆଜୋଫସ୍ 50 ଇସି କିମ୍ବା ଫିପ୍ରୋନିଲ୍ 5 ଇସି ହେକ୍ଟର ପ୍ରତି 200 ମିଲି ହିସାବରେ ସିଞ୍ଚନ କରନ୍ତୁ | | 29 Mar 2018 |
50
| ଧାନରେ ମାଟିଆଗୁଣ୍ଡି ପୋକର ନିୟନ୍ତ୍ରଣ ପାଇଁ ଏକର ପ୍ରତି 50 ମିଲି ଇମିଡାକ୍ଲୋପ୍ରିଡ୍ 17.8 ଏସ୍ଏଲ୍ କିମ୍ବା 40 ଗ୍ରାମ ଥାୟୋମିଥୋକ୍ସାମ 25 ଡବ୍ଲୁଜି କିମ୍ବା 200 ମିଲି ଇଥୋଫେନପ୍ରକ୍ସ 10 ଇସି କିମ୍ବା ନିମ୍ବ ତେଲ ପ୍ରତି ଲିଟର ପାଣିରେ 5 ମିଲି ସହିତ ଶତକଡ଼ା 2 ଭାଗ ସାବୁନ ପାଣି ମିଶାଇ ସିଞ୍ଚନ କରନ୍ତୁ | | 24 Mar 2018 |
51
| ମୁଗ ଫସଲରେ ପତ୍ରଖିଆ ପୋକ ଦେଖାଗଲେ ପ୍ରତି ଲିଟର ପାଣିରେ 0.2 ମି.ଲି. ଇଣ୍ଡୋକ୍ସାକାର୍ବ 15.8 ଇ.ସି. କିମ୍ବା 1 ମି.ଲି ପ୍ରୋଫେନଫସ୍ 50 ଇ.ସି. କିମ୍ବା 0.6 ଗ୍ରାମ ମିଥୋମିଲ୍ ମିଶାଇ ଅପରାହ୍ନରେ ସିଞ୍ଚନ କରନ୍ତୁ | | 21 Mar 2018 |
52
| ଧାନ ଫସଲରେ କାଣ୍ଡବିନ୍ଧା ପୋକ ଦମନ ପାଇଁ ଏକର ପ୍ରତି ଦାନାଦାର Carbofuran 3% @ 12 କିଗ୍ରା ହିସାବରେ କିମ୍ବା Cartap hydrochloride 4% @ 10 କିଗ୍ରା ହିସାବରେ ପ୍ରୟୋଗ କରନ୍ତୁ | | 28 Feb 2018 |
53
| ଦୁଇ ତିନ ଦିନ ଭିତରେ ବର୍ଷା ଆରୁ କୁଆପଥର ହେବା ସମ୍ଭାବନା ଅଛେ, ହେଥିର ଲାଗି ସୁରସ ଯଦି ହଇ ଯାଇଛେ କାଟି କରି ଧ୍ୟାପି କରି ରଖୁନ. ରାହାଡ଼ି ବତରୀ କରି ଶୁଖି ଯାଇଥିଲେ କାଟିବାର ବ୍ୟବସ୍ତା କରୁନ | | 11 Feb 2018 |
54
| ଶୋରିସ ଫସଲରେ ଜଉପୋକ ଦମନ ପାଇଁ 2 ମିଲି ଡାଇମିଥୋଏଟ୍ 30 % ଇ.ସି. କିମ୍ବା 0.3 ମିଲି ଇମିଡାକ୍ଲୋପ୍ରିଡ୍ 17.8 % ଏସ୍.ଏଲ୍ ପ୍ରତି ଲିଟର ପାଣିରେ ମିଶାଇ ଏକର ପ୍ରତି 200 ଲିଟର ଅପରାହ୍ନରେ ସିଞ୍ଚନ କରନ୍ତୁ | | 29 Jan 2018 |
55
| ଡାଲୁଅ ଧାନ ପାଇଁ ଜମି କୁ ହାଲୁକା ଚାଷ କରି କାଦୁଅ କରନ୍ତୁ | ପୁନର୍ବାର 7-10 ଦିନ ପରେ ଜମିକୁ କାଦୁଅ କରି ସମତୁଲ କରନ୍ତୁ | ଫଳରେ ସମାନ ଭାବରେ ଗଛ ରୁଆ ଯାଇ ପାରିବ କିମ୍ବା ଧାନ ବୁଣା ଯାଇ ପାରିବ | | 19 Jan 2018 |
56
| କୁକୁଡାର ଘୁମା ରୋଗର ନିୟନ୍ତ୍ରଣ ପାଇଁ 5-7 ଦିନରେ ଲାସୋଟା ପ୍ରତିଷେଧକ ଟୀକା, 21-28 ଦିନରେ ଲାସୋଟା ବୁଷ୍ଟର ଟୀକା ଓ 2 ମାସ ପରେ ଆର୍.ଟୁ.ବି. ଅନୁଜାତିର ଟୀକା ଦିଅନ୍ତୁ | | 09 Jan 2018 |
57
| ଆସନ୍ତା ତା 05.12.17 ରିଖ ଦିନ କୃଷି ବିଜ୍ଞାନ କେନ୍ଦ୍ର, ଗମ୍ଭାରୀପାଲି ଓ ଆତ୍ମା, ବରଗଡ଼ ର ମିଳିତ ଆନୁକୁଲ୍ଯରେ ଏକାମ୍ର ଛକ ସ୍ଥିତ ମୃତ୍ତିକା ପରୀକ୍ଷାଗାର, ବରଗଡ଼ ଠାରେ ବିଶ୍ବ ମୃତ୍ତିକା ଦିବସ ପାଳନ କରାଯାଉଅଛି | ଜିଲ୍ଲାର ସମସ୍ତ ଚାଷୀ ଭାଇ ମାନେ ବହୁ ସଂଖ୍ଯାରେ ଏହି କାର୍ଯ୍ଯକ୍ରମରେ ଯୋଗଦାନ କରିବାକୁ ଅନୁରୋଧ | | 04 Dec 2017 |
58
| ଆସନ୍ତା ତା 04.12.2017 ରିଖ ଦିନ କୃଷିଜୀବି ମହିଳା ଦିବସ ଉପଲକ୍ଷେ କୃଷି ବିଜ୍ଞାନ କେନ୍ଦ୍ର, ଗମ୍ଭାରୀପାଲି, ବରଗଡ଼ ସମସ୍ତ ଚାଷୀ ମା ଓ ଭଉଣୀ ମାନଙ୍କର ସୁଖ ଓ ସମୃଦ୍ଧି କାମନା କରୁଅଛି | | 01 Dec 2017 |
59
| ଅମଳ ହୋଇ ନଥିବା ଧାନକୁ ଲଘୁଚାପ ଜନିତ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ପ୍ରତି ଲିଟର ପାଣି ରେ 20 ଗ୍ରାମ ଲୁଣ ସିଞ୍ଚନ କରନ୍ତୁ ଓ ଧାନ ଜମିରୁ ଜଳ ନିଷ୍କାସନ କରନ୍ତୁ | | 15 Nov 2017 |
60
| ଧାନ ଫସଲରେ ମାଟିଆ ଗୁଣ୍ଡି ପୋକ (ଚକଡ଼ା)ର ନିୟନ୍ତ୍ରଣ ପାଇଁ ହେକ୍ଟର ପ୍ରତି Pymetrozine (chess) @ 200 ଗ୍ରାମ କିମ୍ବା Flonicamid (ulala) @ 150 ଗ୍ରାମ କିମ୍ବା Dinotefuran (osheen) @ 200 ଗ୍ରାମ ହିସାବରେ 500 ଲିଟର ପାଣିରେ ମିଶାଇ ଜମିରେ ଗଳି ବା ପଟି କରି ଗଛର ମୂଳରେ ସିଞ୍ଚନ କରନ୍ତୁ | | 05 Nov 2017 |
61
| ଧାନ ଫସଲରେ ମାଟିଆ ଗୁଣ୍ଡି ପୋକ (ଚକଡ଼ା)ର ପ୍ରାର୍ଦୁଭାବ ଅଧିକ ହୋଇଥିଲେ ସର୍ବପ୍ରଥମେ ଜମି ରୁ ଜଳ ନିଷ୍କାସନ କରି କିଆରୀରେ 2 ମି. ବ୍ୟବଧାନରେ ଗଳି ବା ପଟି କରନ୍ତୁ ଓ ଦାନାଦାର ଔଷଧ Dinotefuran 20 SG ଏକର ପ୍ରତି 80 ଗ୍ରାମ ହିସାବରେ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ | | 02 Nov 2017 |
62
| ଶୀତ ଦିନ ଆରମ୍ଭରୁ ଗାଈ ମାନଙ୍କୁ ସାହାଣା, ବଜବଜିଆ, ଫାଟୁଆ ଆଦି ରୋଗର ପ୍ରତିଷେଧକ ଟିକା ପ୍ରଦାନ କରନ୍ତୁ | | 31 Oct 2017 |
63
| ଗେଣ୍ଡୁ ଫୁଲ ଚାଷ ପାଇଁ ଉନ୍ନତ କିସମ ଯଥା ଶେରାକୁଲ୍ଲା, ଆଫ୍ରିକାନ୍ ଜାଏଣ୍ଟ ଡବଲ୍ ୟେଲୋ, ଡବଲ୍ ଅରେଞ୍ଜ, ଫ୍ରେଞ୍ଚ କିସମ ଆଦିର ବିହନ ଏକର ପିଛା 400 ରୁ 500 ଗ୍ରାମ ବ୍ୟବହାର କରି ଚାରା ପ୍ରସ୍ତୁତ କରି 40cm x 30 cm ବ୍ୟବଧାନ ରେ ଲଗାନ୍ତୁ | | 28 Oct 2017 |
64
| ଖରିଫ ଧାନର କେଣ୍ଡାଖିଆ ଅଷ୍ଟପଦି ପୋକ ନିୟନ୍ତ୍ରଣ ପାଇଁ ରାସାୟନିକ ଔଷଧ SPIROMESIFEN 240 SC 160 ମି.ଲି. କିମ୍ବା PROPARGITE 57 EC 400 ମିଲି କିମ୍ବା DICOFOL 18.5 EC 100 ମିଲି କୁ 200 ଲିଟର ପାଣିରେ ମିଶାଇ ଏକ ଏକର ଜମିରେ ସିଞ୍ଚନ କରନ୍ତୁ | | 21 Oct 2017 |
65
| ଧାନ ଫସଲରେ ମାଟିଆ ଗୁଣ୍ଡି ପୋକ ଦମନ ପାଇଁ ସର୍ବପ୍ରଥମେ ଜମିରୁ ଜଳ ନିଷ୍କାସନ କରି କିଆରୀ ରେ 2 ମି. ବ୍ଯବଧାନରେ ଗଳି ବା ପଟି କରନ୍ତୁ | ଏହାପରେ Acephate 50 % + Imidacloprid 1.8 % ସେଚିତ ଗୁଣ୍ଡ ଲିଟର ପ୍ରତି 2 ଗ୍ରାମ ଗୋଳାଇ ମାଟି ଉପରୁ 6 ଇଞ୍ଚ ଛାଡି ସିଞ୍ଚନ କରନ୍ତୁ | | 13 Oct 2017 |
66
| ଖରିଫ ଧାନରେ ପତ୍ର ମୋଡା ପୋକ ଲାଗିଥିଲେ ଏକର ପ୍ରତି 8 କିଲୋଗ୍ରାମ ପଟାସ୍ (MOP) ସାର ଜଳ ନିଷ୍କାସନ କରି ପ୍ରୟୋଗ କରନ୍ତୁ | ଏହା ପରେ ରାସାୟନିକ ଔଷଧ Dichlorvos 76 EC (DDVP) 10 ଲିଟର ପାଣିରେ 7 ମିଲିଲିଟର କିମ୍ବା Indoxacarb 15.8 EC 10 ଲିଟର ପାଣିରେ 7 ମିଲିଲିଟର କିମ୍ବା Cartap hydrochloride 50 SP 10 ଲିଟର ପାଣିରେ 20 ଗ୍ରାମ କିମ୍ବା Profenophos 50 EC 10 ଲିଟର ପାଣିରେ 20 ମିଲିଲିଟର ପତ୍ର ସିଞ୍ଚନ କରନ୍ତୁ | | 03 Oct 2017 |
67
| ଫୁଲ କୋବି ଲଗେଇବା ଆଗରୁ, ଶେଷ ଓଡ଼ ଚାଷ ରେ ଏକର ପ୍ରତି 10 କିଲୋଗ୍ରାମ BORAX ପ୍ରୟୋଗ କରନ୍ତୁ | | 06 Sep 2017 |
68
| ଧାନରେ ମହିସା ରୋଗ ଆରମ୍ଭ ହେଲାମାତ୍ରେ ଏକର ପ୍ରତି 200 ଗ୍ରାମ TRICYCLOZOLE କିମ୍ବା 400ml KASUGAMYCIN 200 ଲିଟର ପାଣି ରେ ମିଶେଇ ସିଞ୍ଚନ କରନ୍ତୁ | | 04 Sep 2017 |
69
| ରାଶି ଫସଲରେ ପତ୍ରପୋଡା ରୋଗ ଦମନ ପାଇଁ ହେକ୍ଟର ପ୍ରତି 2.5 କିଲୋଗ୍ରାମ Mancozeb 250 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ | | 31 Aug 2017 |
70
| ଧାନ ଫସଲର କାଣ୍ଡବିନ୍ଧା ରୋଗ ନିୟନ୍ତ୍ରଣ ପାଇଁ Trichogramma Card ଏକ ଏକର ପ୍ରତି ଏକ ଗୋଟି (20000 ଅଣ୍ଡା ଥିବା) ପ୍ରତି 10 ଦିନ ଅନ୍ତରରେ 5 ଥର ପ୍ରୟୋଗ କରନ୍ତୁ | | 28 Aug 2017 |
71
| ବର୍ଷା ଦିନେ ଜିଆ ମାନେ ଖୁବ୍ ଶିଘ୍ର ବଢିଥାନ୍ତି,ଏହି ସମୟରେ ଜିଆ ଖତ ପ୍ରସ୍ତୁତ କରନ୍ତୁ | | 21 Aug 2017 |
72
| ଫୁଲ କୋବି ଚାରା 20 ଦିନ ହୋଇଗଲେ ମୁଖ୍ଯ ଜମିରେ ରୋପଣ କରନ୍ତୁ | ଜମି ଶେଷ ଓଡ ଚାଷ ସମୟରେ ଏକର ପ୍ରତି 5 କିଲୋଗ୍ରାମ Borax ମାଟିରେ ପ୍ରୟୋଗ କରନ୍ତୁ | | 11 Aug 2017 |
73
| ହରଡ଼ ଫସଲ ବୁଣିବାର 10-30 ଦିନ ମଧ୍ଯରେ ଘାସ ମରା ଔଷଧ “QUIZOLOFOP ETHYL 5% EC”, ଏକ ଲିଟର ପାଣିରେ 2 ମିଲି ଗୋଳାଇ ଘାସ ଦମନ ପାଇଁ ସିଞ୍ଚନ କରନ୍ତୁ | | 09 Aug 2017 |
74
| ସହଳ କିସମ ଫୁଲ କୋବି ପାଇଁ କିସମ “ପୁଷା କେତକୀ, ଆର୍ଲି କନୱାରୀ” ଚାରା ପ୍ରସ୍ତୁତ କରନ୍ତୁ | ଏକ ଏକର ପାଇଁ 200 ଗ୍ରାମ ମଂଜି “Vitavax Power” (2 ଗ୍ରାମ/ଏକ କିଲୋଗ୍ରାମ ମଂଜି) ଦ୍ବାରା ବିଶୋଧନ କରି ବ୍ୟବହାର କରନ୍ତୁ | | 31 Jul 2017 |
75
| ହଳଦୀ ଏବଂ ଅଦା ରେ ହୁଡା ଟେକିବା ଶେଷ କରନ୍ତୁ | ହଳଦୀ ଏବଂ ଅଦା ରେ ପାଣି ଜମି ରହୁଥିଲେ ପାଣି ନିଷ୍କାସନ କରନ୍ତୁ | | 29 Jul 2017 |
76
| ବରଗଡ ଜିଲ୍ଲାର ସମସ୍ତ ଚାଷୀଭାଇ ବିଶେଷତଃ ଅଣଋଣୀ ଚାଷୀଭାଇ ଅନୁରୋଧ କରାଯାଉଛି କି ଜୁଲାଇ ମାସ 31 ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ନିଜ ନାମ ଓ ଫସଲର ପଞ୍ଜୀକରଣ କରାଇନିଅନ୍ତୁ | ଏହା ଦ୍ବାରା ଚାଷଜନିତ କ୍ଷୟକ୍ଷତିର ଭରଣପୂରଣ ବୀମା କମ୍ପାନୀ ଦ୍ବାରା ହେଇପାରିବ | | 25 Jul 2017 |
77
| ମାଛ ପୋଖରୀରେ 2 ଫୁଟ ବା ଅଧିକ ପାଣି ଭର୍ତ୍ତି ହେଲାପରେ ଏକର ପ୍ରତି 1 କୁଇଣ୍ଟାଲ ଚୁନ ଓ ତାର 15 ଦିନ ପରେ 20 କୁଇଣ୍ଟାଲ କଞ୍ଚା ଗୋବର ପ୍ରୟୋଗ କରନ୍ତୁ | | 22 Jul 2017 |
78
| ଖରିଫ ଚିନାବାଦାମ ବୁଣିବାର 25-40 ଦିନ ମଧ୍ୟରେ କୋଡା ଖୁସା ସାରି ଏକର ପ୍ରତି ଏକ କୁଇଣ୍ଟାଲ GYPSUM / GYPMITE ପ୍ରୟୋଗ କରି ହୁଡା ଟେକନ୍ତୁ | | 14 Jul 2017 |
79
| ଖରିଫ ଚିନାବାଦାମ ବୁଣିବାର 3-4 ଦିନ ମଧ୍ୟରେ ଘାସ ମରା ଔଷଧ OXYFLUORFEN 23.5% EC ଏକର ପ୍ରତି 80 ମିଲି 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ | | 05 Jul 2017 |
80
| କୃଷିଜୀବି ମହିଳାମାନେ ଶ୍ରମଲାଘବ ପାଇଁ ଚିନାବାଦାମ ମଞ୍ଜିଛଡ଼ା ଯନ୍ତ୍ର ବ୍ୟବହାର କରି ଘଣ୍ଟାକୁ 50 କି.ଗ୍ରା. ମଞ୍ଜି ଛଡ଼ାଇବା ସହିତ ନିଜର ସମୟ ଓ ଅର୍ଥ ବଂଚାଇ ପାରିବେ | | 30 Jun 2017 |
81
| ଆଖୁ ଫସଲରେ ସଅଳ କାଣ୍ଡ ବିନ୍ଧା ପୋକ ଦମନ କରିବା ପାଇଁ ଏକର ପିଛା 400 ml Di-Methoate ବା Prophenphos କୁ 200 ଲିଟର ପାଣି ସହ ମିଶାଇ ସିଞ୍ଚନ କରନ୍ତୁ | | 29 Jun 2017 |
82
| ଫଳ ବିନ୍ଧା ପୋକରୁ ରକ୍ଷା ପାଇବା ପାଇଁ ଭେଣ୍ଡି ଗଛରେ CARBOXYL ଗୁଣ୍ଡ 4 ଗ୍ରାମ ପ୍ରତି ଲିଟର ହିସାବରେ ସିଞ୍ଚନ କରନ୍ତୁ | | 24 Jun 2017 |
83
| ସବୁଜ ସାର ପାଇଁ ଚଳିତ ମାସରେ ବର୍ଷା ହେବା ସଙ୍ଗେ ସଙ୍ଗେ ଜମିରେ ଏକର ପ୍ରତି 10 କି.ଗ୍ରା. ଧନୀଚା ମଞ୍ଚି ବୁଣନ୍ତୁ ଓ ଗଛ ଉଠିବାର 45 ଦିନ ପରେ ଜମିକୁ କାଦୁଅ କରି ଗଛକୁ ମାଟିରେ ମିଶେଇ ଦିଅନ୍ତୁ | | 07 Jun 2017 |
84
| ଧାନ କିସମ ଏମ୍.ଟି.ୟୁ.-1010 ର ପ୍ରାମାଣିକ ବିହନ କୃଷି ବିଜ୍ଞାନ କେନ୍ଦ୍ର, ଗମ୍ଭାରୀପାଲି, ବରଗଡ ରେ କ୍ବିଣ୍ଟାଲ ପ୍ରତି ଟ. 2510/- ମୂଲ୍ୟରେ 01.06.2017 ରୁ ବିକ୍ରି ହେଉଅଛି | ଯୋଗାଯୋଗ କରନ୍ତୁ – 8895584426 | | 03 Jun 2017 |
85
| ଧାନ କିସମ ଏମ୍.ଟି.ୟୁ.-1010 ର ପ୍ରାମାଣିକ ବିହନ କୃଷି ବିଜ୍ଞାନ କେନ୍ଦ୍ର, ଗମ୍ଭାରୀପାଲି, ବରଗଡ ରେ ସୁଲଭ ମୂଲ୍ୟରେ 01.06.2017 ରୁ ବିକ୍ରି ହେବ | ଯୋଗାଯୋଗ କରନ୍ତୁ - 8895584426 | | 20 May 2017 |
86
| କଦଳୀ ଗଛରେ ପତ୍ରଦାଗ ରୋଗ ଦମନ ପାଇଁ CHLOROTHALONIL 75 % ସେଚିତ ଗୁଣ୍ଡ 2 ଗ୍ରାମ ଏକ ଲିଟର ପାଣିରେ ଗୋଳାଇ ସଂନ୍ଧ୍ୟା ସମୟରେ ସିଞ୍ଚନ କରନ୍ତୁ | | 16 May 2017 |
87
| କୃଷି ବିଜ୍ଞାନ କେନ୍ଦ୍ର,ଗମ୍ଭାରୀପାଲି,ବରଗଡ଼ ର ଆମ୍ବ ବଗିଚାର ଫଳ ତୋଳିବା ପାଇଁ ଠିକା ପ୍ରସ୍ତାବ ଆହ୍ବାନ କରାଯାଉଅଛି |ଏଥି ନିମନ୍ତେ ଇଚ୍ଛୁକ ବ୍ୟକ୍ତିମାନେ ଆସନ୍ତା ତା 15.05.2017ରିଖ (ଅପରାହ୍ନ 1 ଘଟିକା) ପର୍ଯ୍ୟନ୍ତ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରି ଜାମିନ ଅମାନତ ଦେଇ ଠିକା ପାଇଁ ଆବେଦନ କରିପାରିବେ | | 10 May 2017 |
88
| ମୁଗ ଫସଲରେ ସାହେବି ରୋଗ ରେ ଆକ୍ରାନ୍ତ ହୋଇଥିବା ଗଛକୁ ଜମି ରୁ ଉପାଡି ବାହାର କରି ଦୁର ସ୍ଥାନ ରେ ପୋଡି ଦିଅନ୍ତୁ ଓ ଏହି ରୋଗର ବାହକ ଧଳା ମାଛି କୁ ଦମନ କରିବା ପାଇଁ IMIDACLOPRID 17.8 % SL, 5 ଲିଟର ପାଣିରେ 2 ମିଲି ମିଶାଇ ସିଞ୍ଚନ କରନ୍ତୁ | | 08 May 2017 |
89
| ମୁଗ ଫସଲରେ ଫୁଲ ଓ ଫଳ କସି ଆସିବା ସମୟରେ ସିଞ୍ଚନ ପ୍ରଣାଳୀରେ ଜଳ ସେଚନ କରନ୍ତୁ | | 26 Apr 2017 |
90
| ବର୍ତ୍ତମାନ ମୃତ୍ତିକା ପରୀକ୍ଷା ପାଇଁ ଉପଯୁକ୍ତ ସମୟ | ଜମିରୁ ମୃତ୍ତିକା ସଂଗ୍ରହ କରି ନିକଟସ୍ଥ କୃଷି କର୍ମଚାରୀ କିମ୍ବା କୃଷି ବିଜ୍ଞାନ କେନ୍ଦ୍ର, ଗମ୍ଭାରୀପାଲି ସହ ଯୋଗାଯୋଗ କରନ୍ତୁ | | 24 Apr 2017 |
91
| ଚିନାବାଦାମ ଫଳ ପୃଷ୍ଟ ହେବାପାଇଁ ଫୁଲ ଆସିବାର 7 ଦିନ ପରେ ଏକ ଲିଟର ପାଣିରେ ଏକ ଗ୍ରାମ ବୋରନ୍-20% (borax-20%) ସଂନ୍ଧ୍ୟା ସମୟରେ ସିଞ୍ଚନ କରନ୍ତୁ | | 22 Apr 2017 |
92
| ବାଇଗଣର କାଣ୍ଡ ଓ ଫଳବିନ୍ଧା ପୋକର ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ 2 ମି.ଲି. ହିସାବରେ TRIAZOPHOS (ଟ୍ରାଇଜୋଫସ୍) 15 ଦିନ ବ୍ୟବଧାନ ରେ 3 ଥର ସିଞ୍ଚନ କରନ୍ତୁ | | 17 Apr 2017 |
93
| ଧନିଚା ମଞ୍ଜି କିଲୋଗ୍ରାମ ପ୍ରତି ଟ. 40/- ମୂଲ୍ୟରେ କୃଷି ବିଜ୍ଞାନ କେନ୍ଦ୍ର, ଗମ୍ଭାରୀପାଲି, ବରଗଡ ଅପ୍ରିଲ ପହିଲା ରୁ ବିକ୍ରି କରାଯାଉଅଛି | | 03 Apr 2017 |
94
| ପିଆଜରେ ଉକୁଣିଆ ରୋଗ ଦମନ ପାଇଁ ପ୍ରତି 10 ଲିଟର ପାଣିରେ 5 ମିଲିଲିଟର IMIDACLOPRID 30.5 sc ସହିତ ଅଳ୍ପ ବୁନ୍ଦା ଟି.ପଲ (T-Pol) ମିଶାଇ ସିଞ୍ଚନ କରନ୍ତୁ | | 25 Mar 2017 |
95
| ମୁଗ ଫସଲରେ ପାଉଁଶିଆ ରୋଗ ନିୟନ୍ତ୍ରଣ ପାଇଁ SULPHUR 80% ସେଚିତ ଗୁଣ୍ଡ 1 ଲିଟର ପାଣିରେ 5 ଗ୍ରାମ କିମ୍ବା TEBUCONAZOLE + TRIFLOXYSTROBIN 1 ଲିଟର ପାଣିରେ 1 ଗ୍ରାମ ମିଶେଇ ସିଞ୍ଚନ କରନ୍ତୁ | | 24 Mar 2017 |
96
| ଧାନ ଫସଲରେ ମହିଷା ରୋଗ ର ଦମନ ପାଇଁ ପ୍ରତି ଲିଟର ପାଣିରେ 0.6 ଗ୍ରାମ TRICYCLAZOLE ମିଶାଇ ସିଞ୍ଚନ କରନ୍ତୁ | | 20 Mar 2017 |
97
| ଜଳସେଚନ ର ସୁବିଧା ଥିଲେ ମାର୍ଚ୍ଚ ମାସରେ ଶଙ୍ଖ ସାରୁ ମୁଣ୍ଡା ଗୁଡିକରୁ 2 ରୁ 3 ଟି ଗଜା ଥିବା 50 ଗ୍ରାମ ଓଜନର ଖଣ୍ଡ କାଟି ବିହନ ଲଗାଇଲେ ବର୍ଷା ଦିନିଆ ଫସଲ ତୁଳନାରେ ଅଧିକ ଅମଳ ମିଳିପାରିବ | | 10 Mar 2017 |
98
| ଖରାଦିନିଆ କାକୁଡି ଚାଷ ପାଇଁ, ଧାଡି କୁ ଧାଡି 1.5 ମି. ଏବଂ ଗଛ କୁ ଗଛ 1.5 ମି. ମନ୍ଦା କରି ବିହନ ବୁଣନ୍ତୁ | ପ୍ରତି ମନ୍ଦାରେ 2-3 ଟି ମଞ୍ଜି ଲଗାନ୍ତୁ | କାକୁଡି କିସମ ଗୁଡିକ ହେଲା-ଜାପାନିଜ୍ ଲଙ୍ଗ୍ ଗ୍ରୀନ, ପଏନ୍ ସେଟି ଇତ୍ୟାଦି | | 07 Mar 2017 |
99
| ଧାନ ଫସଲରେ ରୋଗ ପୋକ କମ୍ ହେବା ପାଇଁ “PARAQUAT DICHLORIDE 24% SL”, 5 ml କୁ ଏକ ଲିଟର ପାଣିରେ ଗୋଳାଇ ହୁଡାରେ ସିଞ୍ଚନ କରି ହୁଡା ସଫା ରଖନ୍ତୁ | | 04 Mar 2017 |
100
| କଦଳୀ ଗଛରେ ପତ୍ର ଦାଗ ରୋଗର ଦମନ ପାଇଁ ଶତକଡ଼ା 0.05 ଭାଗ ପ୍ରୋପିକୋନାଜଲ (Propiconazole) ସହିତ ଅଳ୍ପ ବୁନ୍ଦା ଟି.ପଲ (T-Pol) ମିଶାଇ ସିଞ୍ଚନ କରନ୍ତୁ | | 25 Feb 2017 |
101
| ଫେବୃଆରୀ ରୁ ମାର୍ଚ୍ଚ ମାସ ମଧ୍ୟରେ ରାଶିଚାଷ କରୁଥିଲେ ଏକର ପ୍ରତି 2 ରୁ 2.5 କିଗ୍ରା ବିହନ ଆବଶ୍ୟକ ହୋଇଥାଏ ଏବଂ ବୁଣିଲାବେଳେ 6 କିଗ୍ରା ଯବକ୍ଷାରଜାନ, 8 କିଗ୍ରା ଫସ୍ ଫରସ, 8 କିଗ୍ରା ପଟାସ୍ ଓ 10 କିଗ୍ରା ସଲ୍ ଫର ପ୍ରୟୋଗ କରନ୍ତୁ | | 17 Feb 2017 |
102
| ମୂଳି ଆଖୁ 30-45 ଦିନ ହୋଇଗଲେ ଏକର ପ୍ରତି 40 କିଗ୍ରା ଯବକ୍ଷାରଜାନ ପ୍ରୟୋଗ କରନ୍ତୁ | | 16 Feb 2017 |
103
| ଜଳସେଚିତ ଜମିରେ ଫେବୃଆରୀ ତୃତୀୟ ସପ୍ତାହରୁ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଖରାଟିଆ ମୁଗ ବୁଣାବୁଣି କାମ ଶେଷ କରନ୍ତୁ | ମୁଗ ଚାଷ ପାଇଁ ଏକର ପ୍ରତି 8 କିଗ୍ରା ଯବକ୍ଷାରଜାନ, 16 କିଗ୍ରା ଫସଫରସ ଓ 8 କିଗ୍ରା ପଟାସ ମୂଳ ସାର ହିସାବରେ ପ୍ରୟୋଗ କରନ୍ତୁ | | 14 Feb 2017 |
104
| କୁକୁଡ଼ାର ଘୁମା ରୋଗର ନିୟନ୍ତ୍ରଣ ପାଇଁ 7 ଦିନରେ ଲାସୋଟା ଏଫ୍ 1 ପ୍ରତିଷେଧକ ଟୀକା ଓ 21-25 ଦିନ ଭିତରେ ଲାସୋଟା ଏଫ୍ 1 ପ୍ରତିଷେଧକ ଟୀକାର ବୁଷ୍ଟର ଡୋଜ୍ ଆଖିରେ ପକାଇବାର ବ୍ୟବସ୍ଥା କରନ୍ତୁ | | 06 Feb 2017 |
105
| ଗେଣ୍ଡୁ ତଳି ରୋଇବାର 40 ଦିନ ପରେ ଅଗ ଡ଼ାଳ ଗୁଡ଼ିକ ଭାଙ୍ଗି ଦିଅନ୍ତୁ | ଏହାଦ୍ବାରା ଗଛରେ ଅଧିକ ଶାଖା ପ୍ରଶାଖା ବାହାରି ଫୁଲ ଅମଳ ଅଧିକ ମିଳିଥାଏ | | 02 Feb 2017 |
106
| ବର୍ତ୍ତମାନ ମେଘୁଆ ପାଗ ଯୋଗୁଁ ଆମ୍ବରେ ବଉଳ ପୋଡ଼ା ରୋଗ ଲାଗିବାର ସମ୍ଭାବନା ଅଛି | ତେଣୁ ପ୍ରତି ଲିଟର ପାଣିରେ 3-4 ଗ୍ରାମ ସଲଫର ସେଚିତ ଗୁଣ୍ଡ ମିଶାଇ ପତ୍ର ଉପରେ ସିଞ୍ଚନ କରନ୍ତୁ | | 30 Jan 2017 |
107
| ଡାଲୁଅ ଧାନ ରୋଇବାର ୧୫-୨୦ ଦିନ ଜମିରେ ନଖବୁଡା ପାଣି ରଖି ୧୨୦ରୁ କମ୍ ଦିନିଆ ଧାନରେ ହେକ୍ଟର ପ୍ରତି ୩୦ କିଲୋଗ୍ରାମ ଯବକ୍ଷାରଜାନ ସାର ପିଲସାର ହିସାବରେ ପ୍ରୟୋଗ କରନ୍ତୁ । ପିଲ ଅବସ୍ଥାରେ ୫ ସେ.ମି. ପର୍ଯ୍ୟନ୍ତ ପାଣି ରଖନ୍ତୁ । | 27 Jan 2017 |
108
| ଧିଙ୍ଗିରୀ ଛତୁ ଚାଷ କରୁଥିଲେ ନଡା ବତୁରାଇବା ସମୟରେ 10 ଲିଟର ପାଣିରେ 8-10 ଗ୍ରାମ ବାଭିଷ୍ଟିନ ଓ 1 ମିଲି ଫର୍ମାଲିନ ମିଶାଇ ବିଶୋଧନ କରନ୍ତୁ | | 24 Jan 2017 |
109
| ଧାନ ଫସଲକୁ କାଣ୍ଡବିନ୍ଧା ପୋକ ଓ ସୂତ୍ରଜୀବ ଜନିତ ମୂଳ ସଢାରୁ ରକ୍ଷା କରିବା ପାଇଁ ଉପାଡିବାର ଏକ ସପ୍ତାହ ପୂର୍ବରୁ ପ୍ରତି 10 ଡେସିମିଲି ତଳିଘରାରେ 800 ଗ୍ରାମ କାର୍ଟାପ କିମ୍ବା 1200 ଗ୍ରାମ କାର୍ବୋଫୁରାନ ପ୍ରୟୋଗ କରନ୍ତୁ | | 17 Jan 2017 |
110
| ଖରାଟିଆ ଚିନାବାଦାମରେ ଉଇ ନହେବା ପାଇଁ ପ୍ରତି ଏକର ଜମିରେ 10 କିଗ୍ରା କ୍ଲୋରୋପାଇରଫସ୍ 1.5 % ସେଚିତ ଗୁଣ୍ଡ ଶେଷ ଓଡ଼ ଚାଷ ସମୟରେ ପ୍ରୟୋଗ କରନ୍ତୁ | | 10 Jan 2017 |
111
| ଆଳୁର ସହଳ ପତ୍ର ପୋଡ଼ା ରୋଗ ନିୟନ୍ତ୍ରଣ ପାଇଁ MEFENOXAM 6 % + MANCOZEB 62 % ସେଚ଼ିତ ଗୁଣ୍ଡ 1 ଲିଟର ପାଣିରେ 2.5 ଗ୍ରାମ ଲେଖାଏଁ ମିଶାଇ ସିଞ୍ଚନ କରନ୍ତୁ | | 07 Jan 2017 |
112
| ବିଳମ୍ବରେ ଶୀତଦିନିଆ କୋବି ଓ ଟମାଟୋ ଫସଲ ପାଇଁ ତଳି ପକାଉଥିଲେ ତଳିଘରାର ତାପମାତ୍ରା ଅଧିକ ରଖିବା ପାଇଁ ବିହନ ଲଗାଇ ନଡ଼ା ଦ୍ବାରା ଆଚ୍ଛାଦନ କରନ୍ତୁ କିମ୍ବା କଳା ପଲିଥିନରେ ତଳିଘରାକୁ ରାତି ସମୟରେ ଘୋଡାଇ ସକାଳୁ ବାହାର କରି ଦିଅନ୍ତୁ | | 03 Jan 2017 |
113
| ବରଗଡ଼ ଜିଲ୍ଲାର ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଜୟ କିଶାନ ଜୟ ବିଜ୍ଞାନ ସପ୍ତାହ (23.12.2016 ରୁ 29.12.2016) ଅବସରରେ କୃଷି ବିଜ୍ଞାନ କେନ୍ଦ୍ର, ଗମ୍ଭାରୀପାଲି, ବରଗଡ ତରଫରୁ ଅଶେଷ ଅଭିନନ୍ଦନ | | 28 Dec 2016 |
114
| ଆମ୍ବ ବଉଳର ସୁରକ୍ଷା ପାଇଁ ବଉଳ ଆସିବାର 7 ରୁ 15 ଦିନ ପୂର୍ବରୁ 0.3 ମିଲି ଇମିଡ଼ାକ୍ଲୋପ୍ରି଼ଡ୍ 17.8 ଏସ୍.ଏଲ୍ ବା 3 ଗ୍ରାମ ମାଙ୍କୋଜେବ୍ ଗୁଣ୍ଡକୁ 1 ଲିଟର ପାଣିରେ ଗୋଳାଇ ପତ୍ର ଓ ଡ଼ାଳରେ ଭଲଭାବେ ସିଞ୍ଚନ କରନ୍ତୁ | ବଉଳ ହେବାର 7 ଦିନ ପରେ ଓ ଆମ୍ବଚ଼ଣା କଷି ଅବସ୍ଥାରେ ଆଉଥରେ ସିଞ୍ଚନ କରନ୍ତୁ | | 19 Dec 2016 |
115
| ସୋରିଷ ଚାଷ ରେ ଅଧିକ ଅମଳ ପାଇଁ ବୁଣିବାର 45 ଦିନ ପରେ ଓ ଫଳ ଆସିବା କ୍ଷଣି ଥରେ ଜଳସେଚନ କରନ୍ତୁ | ଜଉପୋକ ଦମନ ପାଇଁ ଡାଏମେଥୋଏଟ 30 ଇସି ଏକର ପ୍ରତି 400 ମିଲିଲିଟର କିମ୍ବା ଇମିଡାକ୍ଲୋପ୍ରିଡ 17.8 ଏସଏଲ 50 ମିଲିଲିଟର କୁ 200 ଲିଟର ପାଣି ସହ ସିଞ୍ଚନ କରନ୍ତୁ | | 13 Dec 2016 |
116
| ବିଶ୍ବ ମୃତ୍ତିକା ଦିବସ, 2016 ଅବସରରେ ଜିଲ୍ଲାର ଚ଼ାଷୀଭାଇ ମାନଙ୍କୁ ନିବେଦନ କରୁଛୁ ଯେ ନିଜ ଜମିର ମୃତ୍ତିକ ପରୀକ୍ଷା କରି ଅନୁମୋଦିନ ପରିମାଣର ଖତ ଓ ସାର ପ୍ରୟୋଗ କରି ଉର୍ବର ମୃତ୍ତିକା ସହ ସୁପରିବେଶ ଗଠନ କରିବା ଦିଗରେ କୃଷି ବିଜ୍ଞାନ କେନ୍ଦ୍ର ସହିତ ହାତ ମିଳାନ୍ତୁ | | 05 Dec 2016 |
117
| କୃଷିଜୀବି ମହିଳା ଦିବସ, 2016 ଅବସରରେ ଜିଲ୍ଲା ର ଅଗଣିତ କୃଷିଜୀବି ମହିଳାମାନେ ବରଗଡ ଜିଲ୍ଲାକୁ କୃଷି ସମୃଦ୍ଧ କରି ଗଢି ତୋଳିଥିବାରୁ କୃଷି ବିଜ୍ଞାନ କେଦ୍ର, ଗମ୍ଭାରିପାଲି, ବରଗଡ ତରଫରୁ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ | | 03 Dec 2016 |
118
| ଧାନ କିସମ ଏମ୍.ଟି.ୟୁ.-1010 ର ପ୍ରାମାଣିକ ବିହନ କୃଷି ବିଜ୍ଞାନ କେନ୍ଦ୍ର, ଗମ୍ଭାରୀପାଲି, ବରଗଡ ରେ ସୁଲଭ ମୂଲ୍ୟରେ ମିଳୁଅଛି | ଏହାରୁ ଧାଡିରେ ବୁଣିଲେ ହେକ୍ଟର ପିଛା ଟ.1250/- ର ଆର୍ଥିକ ସହାୟତା ମିଳିବ | | 29 Nov 2016 |
119
| ବନ୍ଧାକୋବି ଓ ଫୁଲକୋବିରେ କାଳିମୁଣ୍ଡି ପୋକର ଦମନ ପାଇଁ ଏକର ପ୍ରତି ଏକ କିଗ୍ରା ବି.ଟି. ପ୍ରଡକ୍ଟ କିମ୍ବା 250 ଏଲ୍ଇ (ଏସ୍.ଏଲ.ଏନ.ପି.ଭି.) ଏକ ସପ୍ତାହ ଅନ୍ତରରେ ଅଦଳବଦଳ କରି ସିଞ୍ଚନ କରନ୍ତୁ | ନୂଆ କରି ଲଗାଯାଉଥିବା ଫସଲରେ ପ୍ରତି 25 ଧାଡି ବନ୍ଧାକୋବି ପରେ 2 ଧାଡି ସୋରିଷ ବୁଣନ୍ତୁ | | 25 Nov 2016 |
120
| ସୋରିଷ ଚାଷ ରେ ଘାସ ନ ଆସିବା ପାଇଁ ମଞ୍ଜି ବୁଣିବାର ଦିନକ ପରେ ପେଣ୍ଡିମେଥାଲିନ ଏକର ପ୍ରତି 1 ଲିଟର ଓ ଗଛ ଉଠିବାର 20 ଦିନ ପରେ କୁଇଜାଲଫପ ଇଥାଇଲ 50 % ଇସି 400 ମିଲିଲିଟର, 400 ଲିଟର ପାଣିରେ ମିଶେଇ ସିଞ୍ଚନ କରନ୍ତୁ | | 23 Nov 2016 |
121
| ଚ଼ିନାବାଦାମ ଗଛ ଉଠିବାର 15-20 ଦିନ ମଧ୍ୟରେ କୁଇଜାଲଫୋପ ଇଥାଇଲ 5% ଇସି କିମ୍ବା ଇମିଜାଥାପିର-10% ଏସ୍ଏଲ 400 ମିଲିଲିଟର କୁ 400 ଲିଟର ପାଣିରେ ମିଶାଇ ଏକ ଏକର ଜମିରେ ସିଞ୍ଚନ କରନ୍ତୁ | | 21 Nov 2016 |
122
| ପିଆଜ ଚାଷ ପାଇଁ କିସମ ଗୁ଼ଡିକ ଯଥା ପୁସା ରେଡ୍ (145 ଦିନ), ଏନ୍ 53 (110 ଦିନ), ଏଗ୍ରି ଫାଉଣ୍ତ ଡାର୍କ ରେଡ୍ (160 ଦିନ) ଓ ଏଗ୍ରି ଫାଉଣ୍ଡ ଲାଇଟ୍ ରେଡ୍ (165 ଦିନ) ବରଗଡ଼ ଜିଲ୍ଲା ପାଇଁ ଚ଼ାଷ ଉପଯୁକ୍ତ | ଏକ ଏକର ପାଇଁ 4 କିଲୋଗ୍ରାମ ବିହନ ଦରକାର | | 18 Nov 2016 |
123
| ସୋରିଷ ଫସଲରେ ଶେଷ ଓଡ଼ ଚାଷ ସମୟରେ ଏକର ପ୍ରତି 17 କିଲୋଗ୍ରାମ ଡ଼ିଏପି ଓ 13 କିଲୋଗ୍ରାମ ଏମ୍ଓପି ସାର ପ୍ରୟୋଗ କରନ୍ତୁ | ମଞ୍ଜିରେ ଅଧିକ ତେଲ ଅଂଶ ଆସିବା ପାଇଁ ଏକର ପ୍ରତି 4 କିଲୋଗ୍ରାମ ବୋରାକ୍ସ ଓ 5 କିଲୋଗ୍ରାମ ଗନ୍ଧକ ମାଟିରେ ପ୍ରୟୋଗ କରନ୍ତୁ | | 17 Nov 2016 |
124
| ମୃତ୍ତିକା ଜନିତ ରୋଗରୁ ରକ୍ଷା ପାଇଁ ପ୍ରତି କିଲୋଗ୍ରାମ ଶୋରିସ ବିହନ ପ୍ରତି 5 ଗ୍ରାମ ଟ୍ରାଇକୋଡର୍ମା ଭିରିଡେ ଫିମ୍ପିନାଶକ କୁ ଗୋଳାଇ ବିଶୋଧନ କରନ୍ତୁ | ଧାଡ଼ିକୁ ଧାଡି 30 ସେଣ୍ଟିମଟର ଓ ମଞ୍ଜି 10 ସେଣ୍ଟିମିଟର ବ୍ୟବଧାନରେ ବୁଣନ୍ତୁ | | 15 Nov 2016 |
125
| ରବି ଋତୁରେ ନଭେମ୍ବର ମାସ ସୋରିଷ ବୁଣିବା ପାଇଁ ଉପଯୁକ୍ତ ସମୟ | ଏହି ସମୟରୁ ବିଳମ୍ବ ହେଲେ ଜଉ ପୋକ ଲାଗିବାର ସମ୍ଭାବନା ଥାଏ | ଜଳ ସେଚନର ସୁବିଧା ଥିଲେ ଢିପ କିମ୍ବା ମଝିଆଳି ଜମିରେ ସୋରିଷ କିସମ ଏମ୍-27(75ଦିନ ଅବଧି),ପିଟି-303 (80ଦିନ),ପାର୍ବତୀ(75-80ଦିନ) ସଅଳ କିସମ ଚାଷ କରାଯାଇପାରେ | | 11 Nov 2016 |
126
| ଚ଼ିନାବାଦାମ ଓ ମୁଗରେ ଘାସ ଦମନ ପାଇଁ ବୁଣିବାର 2-3 ଦିନ ମଧ୍ୟରେ ଅକ୍ସିଫ୍ଲୁରୋଫେନ 23.5% ଘାସ ମରା ଔଷଧ 80 ମିଲିମିଟର କୁ 400 ଲିଟର ପାଣିରେ ମିଶାଇ ପ୍ରତି ଏକର ଜମିରେ ସିଞ୍ଚନ କରନ୍ତୁ | | 09 Nov 2016 |
127
| ଚ଼ିନାବାଦାମର ଅଧିକ ଅମଳ ପାଇବା ପାଇଁ ଏକର ପ୍ରତି 100 କିଲୋଗ୍ରାମ ଜିପସମ ସହ 35 କିଲୋଗ୍ରାମ ଡିଏପି ଓ 27 କିଲୋଗ୍ରାମ ଏମ୍ଓପି ସାର ଶେଷ ଓଡ ଚାଷ ସମୟରେ ମାଟିରେ ପ୍ରୟୋଗ କରନ୍ତୁ | ମାଟିରେ ବୋରନର ଅଭାବ ଥିଲେ ଏକର ପ୍ରତି 4 କିଲୋଗ୍ରାମ ବୋରାକ୍ସ ମୂଳ ସାର ସହ ସିଶାଇ ପ୍ରଯୋଗ କରନ୍ତୁ | | 05 Nov 2016 |
128
| ଚିନାବାଦାମ ମଞ୍ଜି ବୁଣିବାର 10 ଦିନ ପୂର୍ବରୁ 2.5 ଗ୍ରାମ କାର୍ବୋକ୍ସିନ-37.5%+ ଥିରାମ-37.5% ଗୁଣ୍ଡକୁ ପ୍ରତି 1 କିଲୋଗ୍ରାମ ବିହନ ସହ ଗୋଲାଇ ରଖନ୍ତୁ | ବୁଣିବାର ପୂର୍ବ ରାତ୍ରରେ ଏକ କିଲୋଗ୍ରାମ ମଞ୍ଜିକୁ 5 ଗ୍ରାମ ଟ୍ରାଇକୋଡର୍ମା ଭିରିଡେ ସହ ବିଶୋଧନ କରନ୍ତୁ | | 04 Nov 2016 |
129
| 2 ନଭେମ୍ବର ରୁ 5 ନଭେମ୍ବର 2016 ତାରିଖ ମଧ୍ୟରେ ବର୍ଷା ର ସମ୍ଭାବନା କୁ ଦେଖି ଚାଷୀ ଭାଇଙ୍କୁ ସୁଚନା ଦିଆଯାଉଛି ଯେ ସେମାନେ ଧାନ କଟା ଟିକେ ବିଳମ୍ବରେ କରନ୍ତୁ | | 03 Nov 2016 |
130
| ନଭେମ୍ବର ମାସରେ ତୈଳବୀଜ ଓ ଡାଲି ଫସଲ ବୁଣିବା ପାଇଁ ଉପଯୁକ୍ତ ସମୟ | ସଅଳ କିସମ ଧାନ ଅମଳ କରି କିମ୍ବା ଢିପ ଜମିରେ ଜଳସେଚନର ସୁବିଧା ଥିଲେ ଏହା ଚ଼ାଷ କରାଯାଇପାରିବ | ଚ଼ିନାବାଦାମ କିସମ ଯଥା ଦେବୀ, ସ୍ମୃତି, ଟିପିଜି-41 ଓ ଟିଜି-37-ଏ | | 02 Nov 2016 |